ସଇଁନ୍ତଳା କନ୍ୟାଶ୍ରମକୁ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ଅଚାନକ ପରିଦର୍ଶନ

ସଇଁନ୍ତଳା,ଏନ୍ଏନ୍ଏସ୍:ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଭବାନୀପାଟଣାରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ସମୟରେ ସଇଁନ୍ତଳା ସ୍ଥିତ ଅନୁସୂଚିତଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ସରକାରୀ ବାଳିକା ହାଇସ୍କୁଲରେ ଅଚାନକ ପହଞ୍ଚିଥିଲେ। ଏହି ସମୟରେ ପାଠପଢ଼ା କେମିତି ଚାଲିଛି, ଠିକ୍ ଭାବରେ ଖାଦ୍ୟ ଦିଆଯାଉଛି କି ନାହିଁ ଛାତ୍ରୀମାନଙ୍କୁ ପଚାରି ବୁଝିଥିଲେ। ଶିକ୍ଷୟତ୍ରୀମାନେ ପିଇବା ପାଣି ସମସ୍ୟା ପାଇଁ ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଗସ୍ତ ସମୟରେ ବଲାଙ୍ଗିର ଡିଡବ୍ଲୁଓ ଅଲେଖ ବିଶ୍ୱାଲ, ସଇଁନ୍ତଳା ଡବ୍ଲୁଇଓ ମନୋରଞ୍ଜନ ବେହେରା, ପ୍ରଧାନଶିକ୍ଷୟିତ୍ରୀ ନିବେଦିତା ହୋତା ଓ ଅନ୍ୟ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।