ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ ହେଲେ ମହିଳା

ବରଗଡ,ଏନ୍ଏନ୍ଏସ୍ : ସରକାର ଲକଡାଉନ କରି ଆମକୁ ବେରୋଜଗାର କରିଛି । ଏବେ ଆମେ କିପରି ଋଣ ପରିଶୋଧ କରିବୁ । ମାଇକ୍ରୋଫାଇନାସ କଂପାନୀ ଆମକୁ ଋଣ ପରିଶୋଧ ପାଇଁ ଚାପ ପ୍ରୟୋଗ କରୁଛନ୍ତି। ବର୍ତମାନ ସ୍ଥିତିରେ ଆମେ କେଉଁଠୁ ଟଙ୍କା ଆଣି ପରିଶୋଧ କରିବୁ । ଲକଡାଉନ କରିଥିବା ସରକାର ଆମର ଋଣ ପରିଶୋଧ କରୁ ବୋଲି ବରଗଡ଼ ଜିଲ୍ଳାପାଳଙ୍କ ଠାରେ ଦାବି କରିଛନ୍ତି ମହିଲାମାନେ ।

ବର୍ତମାନ ସ୍ଥିତିରେ ବରଗଡ଼ ସହର ସମେତ ଆଖପାଖ ଅଚଂଳରେ ମାଇକ୍ରୋଫାଇନାସ କଂପାନୀ ଗୁଡିକର ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଛି । ଯାହାକୁ ନେଇ ସହରର ବିଭିନ୍ନ ଅଚଂଳରୁ ବହୁ ମହିଲା ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ ହୋଇ ମାଇକ୍ରୋଫାଇନାସ କଂପାନୀଗୁଡିକ ବିରୁଦ୍ଧରେ ଅଭିଯୋଗ କରିବା ସହ ଯେହେତୁ ସରକାର ଲକଡାଉନ କରି ଆମକୁ ବେରୋଜଗାର କରିଛନ୍ତି ତେଣୁ ସରକାର ହିଁ ଋଣ ପରିଶୋଧ କିମ୍ବା ଛାଡ କରୁ ବୋଲି ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ଯେ ସହରର ବହୁ ଗରିବ ମହିଲା ମାଇକ୍ରୋଫାଇନାସ ଗୁଡିକରୁ ଋଣ ଆଣି ଛୋଟ ଧରଣର କାମ କରି ତାହା ପରିଶୋଧ କରି ଆସୁଥିଲେ । ମାତ୍ର କରୋନା ଯୋଗୁଁ ଚାଲିଥିବା ଲକଡାଉନ ଯୋଗୁଁ ସେମାନେ ବେରୋଜଗାର ହୋଇପଡିବା ସହ ଋଣ ପରିଶୋଧ କରିବାରେ ଅସମର୍ଥ ହୋଇପଡିଛନ୍ତି । ଅପରପକ୍ଷେ ମାଇକ୍ରୋଫାଇନାସ କଂପାନୀଗୁଡିକ ବାଧ୍ୟତାମୂଳକ ଭାବେ ଟଙ୍କା ଅସୁଲି କରିବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଏ ନେଇ ମଙ୍ଗଲବାର ବରଗଡ଼ ୱାର୍ଡ ନମ୍ବର ୮,୧୧ ଓ ୧୬ ର ବହୁ ସଂଖ୍ୟାରେ ମହିଳା ଜିଲ୍ଳା ପ୍ରଶାସନର ଦ୍ୱାରସ୍ଥ ହୋଇ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ।