Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ରୋଡ ସେଲ କୋଇଲା ପରିବହନକୁ କାର୍ଯ୍ୟକ୍ଷମ ରଖିବାକୁ ଦାବି – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ରୋଡ ସେଲ କୋଇଲା ପରିବହନକୁ କାର୍ଯ୍ୟକ୍ଷମ ରଖିବାକୁ ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ଏମସିଏଲ ଅଧିନସ୍ତ ଓରିଏଣ୍ଟ ଖଣି କ୍ଷେତ୍ର, ଇବ୍ ଭ୍ୟାଲି ଖଣି କ୍ଷେତ୍ର, ଲଖନପୁର ଖଣି କ୍ଷେତ୍ର ଆଦିର ରୋଡ ସେଲ କୋଇଲା ପରିବହନକୁ କାର୍ଯ୍ୟକ୍ଷମ ରଖିବାକୁ ବ୍ରଜରାଜନଗର ଟ୍ରକ ଆସୋସିଏସନ ଏବଂ ମା ସମଲେଇ ଟ୍ରକ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି। ଆଜି ଉଭୟ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ବିଷୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ, ଓରିଏଣ୍ଟ ଏବଂ ଇବ ଭ୍ୟାଲି କ୍ଷେତ୍ରରେ ରୋଡ ସେଲ କୋଇଲା ପରିବହନକୁ ଶୀଘ୍ର ବନ୍ଦ କରିବା ପାଇଁ ଯାଉଛନ୍ତି। ଏହା ବନ୍ଦ ହେଲେ ବ୍ରଜରାଜନଗର ପ୍ରାୟ ୫୦ ହଜାର ବାସିନ୍ଦା, ଟ୍ରକ ମାଲିକ, ଡ୍ରାଇଭର, ହେଲପର, ଟ୍ରନ୍ସପୋଟର, ଗ୍ୟାରେଜ ମାଲିକ ଆଦି ପ୍ରଭାବିତ ହେବେ। ଫଳରେ ରୋଡ ସେଲ କୋଇଲା ଟ୍ରାନ୍ସପୋର୍ଟରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଏହି ଲୋକମାନେ ବେସାହାରା ହୋଇଯିବେ। ତେଣୁ ଏମସିଏଲ କର୍ତ୍ତୃପକ୍ଷଙ୍କୁ ରୋଡ ସେଲ ମାଧ୍ୟମରେ କୋଇଲା ପରିବହନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ବ୍ରଜରାଜନଗର ଟ୍ରକ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି।

ସେହିପରି ସମଲେଶ୍ୱରୀ ଟ୍ରକ ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ, ଲଖନପୁର ଖଣିକ୍ଷେତ୍ରରୁ କୋଭିଡ କଟକଣା ସମୟରେ ଟ୍ରକ ମାଧ୍ୟମରେ କୋଇଲା ପରିବାହନକୁ ବନ୍ଦ କରି ରେଳ ମାଧ୍ୟମରେ କରାଯାଉଛି। ଫଳରେ ହଜାର ହଜାର ଟ୍ରକ ମାଲିକ ତଥା କର୍ମଚାରୀ ଘୋର ଦୁର୍ଦଶା ଭୋଗୁଛନ୍ତି। ତେଣୁ ପୂର୍ବପରି ରୋଡସେଲ ମାଧ୍ୟମରେ ଟ୍ରକ ଦ୍ୱାରା କୋଇଲା ପରିବାହନ କରାଯାଉ ବୋଲି ସମଲେଶ୍ୱରୀ ଟ୍ରକ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି।