ବରଗଡ଼, ଏନ୍ଏନ୍ଏସ୍: ପୁଅ ଯତୀନର ଜନ୍ମ ଦିନ ଅବସରରେ ସମାଜସେବୀ ନିମାଇଁ ମହାପାତ୍ର ବରଗଡ଼ ସଦର ବ୍ଲକ୍ ଜମୁର୍ଡା ହାଇସ୍କୁଲକୁ ଆର୍ଥିକ ଅନୁଦାନ ଯୋଗାଇଛନ୍ତି। ଶ୍ରୀ ମହାପାତ୍ର ୧୩ ହଜାର ୫ ଶହ ଟଙ୍କାର ଏକ ଚେକ ପ୍ରଧାନଶିକ୍ଷକ ପ୍ରଦୀପ ସାହୁଙ୍କୁ ପ୍ରଦାନ କରିଥିବା ବେଳେ ଉକ୍ତ ଟଙ୍କାରେ ଛାତ୍ରଛାତ୍ରୀଙ୍କ ବେଞ୍ଚ ଓ ଟେବୁଲ ନିର୍ମାଣ କରାଯିବ । ଚେକ ପ୍ରଦାନ ସମୟରେ ଜିଲ୍ଲା କ୍ରୀଡା ସଂସଦର ସମ୍ପାଦକ କିଶୋର ମିଶ୍ର, ଆଇନଜୀବୀ ରାଜେଶ କୁମାର ଭୋଇ ଏବଂ ଅନୁପ ଶତପଥୀ ଉପସ୍ଥିତ ଥିଲେ ।