ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ତିନି ମାସର ଦରମା ଦେଲେ ବରଗଡ଼ ବିଧାୟକ

ବରଗଡ,ଏନ୍ଏନ୍ଏସ୍ : କରୋନା ମୁକାବିଲା ପାଇଁ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ତିନି ମାସର ଦରମା ପ୍ରଦାନ କରିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ସମଗ୍ର ଦେଶରେ ବର୍ତମାନ ୨୧ ଦିନ ପାଇଁ ଲକଡାଉନ କରାଯାଇଥିବା ବେଳେ ଆଜି ଦ୍ୱିତୀୟ ଦିନରେ ବିଧାୟକ ଆଚାର୍ଯ୍ୟ ନିଜ ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିଲେ । ସେହିପରି ବିଧାୟକ ଆଚାର୍ଯ୍ୟ ଜନସାଧାରଣଙ୍କୁ ସରକାରଙ୍କ ନିର୍ଦ୍ଦେଶମାନି ଘରେ ରହିବା ସହ ସାମାଜିକ ଦୂରତା ମାନିବା ପାଇଁ ନିବେଦନ କରିଥିଲେ ।