ପ୍ରେମିକାକୁ ପାଇବା ପାଇଁ ପ୍ରେମିକ ଏମିତି କଲା…

ପାଟଣା: ସାରା ରାଜ୍ୟରେ କରୋନାକୁ ନେଇ ଲୋକେ ଆତଙ୍କିତ ଥିବାବେଳେ । ପାଟଣା ବ୍ଲକ ଦହିବାହାଳି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର କାଳିଆ ନାଏକଙ୍କ ପୁଅ ପ୍ରକାଶ ନାଏକ ଜଣେ ଝିଅକୁ ଭଲ ପାଉଥିଲେ। ବିବାହ କରିବାକୁ ଘରେ କହିବା ପରେ ଘର ଲୋକେ ବାରଣ କରିଥିଲେ। ଏଥିରେ ପ୍ରକାଶ ରାଗି ଯାଇ ଆତ୍ମହତ୍ୟା କରିବା ପାଇଁ ଘର ପାଖ ଏକ କୁଅକୁ ଡେଇଁ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।