ସୋସିଆଲ ମିଡିଆରେ କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନକରି ଅଡୁଆରେ ଯୁବକ

ବରଗଡ଼,ଏନ୍ଏନ୍ଏସ୍: ସୋସିଆଲ ମିଡିଆରେ କରୋନା ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗୁରୁବାର ବରଗଡ଼ ଜିଲ୍ଲାରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ଫେସବୁକରେ ପେଜରେ ଅପଲୋଡ କରିଥିଲେ ଅତାବିରା ଅଞ୍ଚଳର ଜଣେ ଯୁବକ। ଆକ୍ରାନ୍ତଙ୍କ ପରିଚୟ ପ୍ରଦାନ କରିବା କୋଭିଡ-୧୯ ନିୟମକୁ ଉଲ୍ଲଘଂନ କରୁଥିବାବେଳେ ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି।