ବରଗଡ଼ ଜିଲ୍ଲାରେ ପୁଣି ୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ବରଗଡ଼,ଏନ୍ଏନ୍ଏସ୍: ଶୁକ୍ରବାର ବରଗଡ଼ ଜିଲ୍ଲାରେ ପୁଣି ୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ କଟାପାଲି ଅବରୋଧ ଅଞ୍ଚଳରୁୁ ୧୯ ଜଣ ଏବଂ ବରଗଡ଼ ପୌରାଞ୍ଚଳରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବରଗଡ଼ ପୌରାଞ୍ଚଳ ୱାର୍ଡ ନମ୍ବର ୧୨ କଟକିଆ ପଡ଼ାର ଜଣେ ଏବଂ ୱାର୍ଡ ନମ୍ବର ୧୯ ଟିଟିଲାଗଡିଆ ବସ୍ତିର ଜଣେ ଆକ୍ରାନ୍ତ ବୋଲି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ବରଗଡ଼ ପୌରାଞ୍ଚଳର ସମ୍ପୃକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳଭାବେ ଘୋଷଣା କରାଯାଇଛି। ଆଜିର ପଜିଟିଭକୁ ମିଶାଇ ବରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧ ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୨ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି।