କୁମ୍ଭୀର ମାଂସ ଖାଇବା ଘଟଣା: ଜଣେ ଗିରଫ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ କାଲଦାପାଲ୍ଲୀ ପଞ୍ଚାୟତ ଅଧୀନସ୍ଥ ସୋଡ଼ିଗୁଡ଼ା ଗ୍ରାମରେ କୁମ୍ଭୀରକୁ ହତ୍ୟାକରି ମାଂସ ଖାଇଥିବା ଘଟଣାରେ ବନ ବିଭାଗ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ଏମପିଭି-୬୧ ଗ୍ରାମର ସଞ୍ଜୟ ସରଦାର। ମିଳିଥିବା ରିପୋର୍ଟ ମୁତାବକ, ସଂପୃକ୍ତ ଗ୍ରାମ ନିକଟସ୍ଥ ସାବେରୀ ନଦୀ କୂଳରେ ଏକ କୁମ୍ଭୀର ଆସିଥିବା ଦେଖି ଗ୍ରାମବାସୀମାନେ ଜାଲ ପକାଇ ଧରିଥିଲେ। ପରେ ଏକ ଗଛରେ ବାନ୍ଧି କୁମ୍ଭୀରର ଆଙ୍ଗୁଠି କାଟିବା ସହ ଫଟୋ ଉଠାଇ ଭାଇରାଲ କରିଥିଲେ। କୁମ୍ଭୀରକୁ କାଟି ମାଂସ ଖାଇଥିବା ଘଟଣା ଲୋକଲୋଚନକୁ ଆସିବା ପରେ ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଜଣକୁ ଗିରଫ କରାଯାଇଥିଲା। ତେବେ ଅନ୍ୟମାନେ ଫେରାର ଥିବାବେଳେ ତଦନ୍ତ ଜାରୀ ରହିଛି ବୋଲି କାଲିମେଳା ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ମାଡ଼କାମି ପ୍ରକାଶ କରିଛନ୍ତି।