ଜୁଲାଇ ପହିଲା ଯାଏଁ ବାପୁଜୀ ନଗର ଓ ୟୁନିଟ-୪ ଆମିଷ ମାର୍କେଟ ବନ୍ଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଅଧିକ ରହୁଥିଲେ ସୁଦ୍ଧା ଲୋକେ କରୋନା ପ୍ରଭାବ ପାଇଁ ଆଦୌ ସଚେତନ ନାହାନ୍ତି। କରୋନା ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୟୁନିଟ୍‌-୪ ଓ ବାପୁଜୀ ନଗରରେ ଥିବା ଆମିଷ ମାର୍କେଟର ସିଲ୍ ଅବଧିକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏନେଇ ବିଏମସି ପକ୍ଷରୁ ବିଧିବଦ୍ଧ ନୋଟିସ୍ ଜାରି ହୋଇଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଏହି ବନ୍ଦ ନୋଟିସ୍ ଦିଆଯାଇଛି। କୋଭିଡ୍ ଗାଇଡଲାଇନକୁ ଉଲ୍ଲଂଘନ କରିବା ଅଭିଯୋଗରେ ଜୁନ୍ ୧୮ ତାରିଖରେ ଏହି ଦୁଇ ଆମିଷ ମାର୍କେଟକୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଥିଲା। ପୁଣି ସଂକ୍ରମଣ ଆଶଙ୍କାରେ ଏହି ସିଲ୍ ଅବଧିକୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବାପୁଜୀ ନଗରସ୍ଥିତ କିଛି ମେଡିସିନ୍ ଦୋକାନ ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଦୋକାନଗୁଡ଼ିକ ଖୋଲା ରହୁଛି।