ରାଜ୍ୟରେ ଚାଲିଗଲା ଆଉ ୩୯ ଜଣ କୋଭିଡ ସଂକ୍ରମିତଙ୍କ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାରେ ଦୈନିକ ସଂକ୍ରମଣ ପୁଣିଥରେ ବଢିବ ବୋଲି ଆଶଙ୍କା କରାଯାଉଛି। କାରଣ ଟୁଇନସିଟିରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ କଣ୍ଟେନମେଣ୍ଟ ଜୋନ ଫେରୁଛି। ସେପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବେଲଗାମ। କାଲି ସର୍ବାଧିକ ରହିଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇ ଆଉ ୩୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ନୟାଗଡ ଓ କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ, ସମ୍ବଲପୁର ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, ଗଞ୍ଜାମ, କେନ୍ଦ୍ରାପଡା, ମୟୂରଭଞ୍ଜ ଓ ସୋନପୁରରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ପୁରୀରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ନୂତନ ମୃତ୍ୟୁ ମାମଲାକୁ ମିଶାଇ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩,୮୮୭କୁ ବୃଦ୍ଧି ପାଇଛି।