୬ ରନରେ ଜିତିଲା ବାଙ୍ଗାଲୋର

ମୁମ୍ବାଇ, ଏଜେନ୍ସି: ସନରାଇଜର ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର। ଆଜିର ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ଟସ୍ ଜିତି ବାଙ୍ଗାଲୋର ଟିମକୁ ବ୍ୟାଟିଂ କରିବାକୁ ଦେଇଥିଲା। ବାଙ୍ଗାଲୋର ବ୍ୟାଟିଂ କରି ୧୪୯ ରନ କରି ହାଇଦ୍ରାବାଦକୁ ୧୫୦ରନ ଲକ୍ଷ୍ୟ ଦେଇଥିଲା। ଶେଷ ଓଭର ସୁଦ୍ଧା ହାଇଦ୍ରାବାଦ ମାତ୍ର୧୪୩ ରନ କରିବାକୁ ସକ୍ଷମ ହୋଇଥିଲା।