ଲକ୍ଷାଧିକ ଟଙ୍କାର ଶାଳ କାଠ ସହ ପିକଅପ୍ ଭ୍ୟାନ୍ ଜବତ

ବାଲିଗୁଡ଼ା, ଏନ୍ଏନ୍ଏସ୍: ଶାଳ ଚଉକାଠ ଚୋରାଚାଲାଣ ବେଳେ ବାଲିଗୁଡ଼ା ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୧୨୦ ଖଣ୍ଡ ଶାଳ ଚଫକାଠ ଏବଂ ପିକଅପ୍ ଭ୍ୟାନ ଜବତ କରାଯାଇଛି। ସୂଚନା ଅନୁସାରେ, ବାଲିଗୁଡା ବନ ବିଭାଗ ଏସିଏଫ ଡ.ରୁଦ୍ର ପ୍ରଶାଦ ରଥଙ୍କ ନେତୃତ୍ୱରେ ରାତ୍ରିକାଳୀନ ପାଟ୍ରୋଲିଂ ଚାଲିଥିଲା । ସେହି ସମୟରେ କାଠ ଚୋରାଚାଲାଣ ହେଉଥିବା ଖବରପାଇ ଗାଡ଼ିକୁ ପିଛା କରିଥିଲେ । କନ୍ଧମାଳ-କଳାହାଣ୍ଡି ସିମାନ୍ତ ଲୁବେନଗଡ଼ ଠାରେ ଗାଡ଼ି ଛାଡ଼ି କାଠ ମାଫିଆ ଫେରାର୍ ହୋଇଯାଇଥିବାବେଳେ ଅନ୍ୟ ଜଣେ ସନ୍ଦିଗ୍ଧକୁ ଅଟକ ରଖି ତଦନ୍ତ ଜାରି ରଖିଛି ବନବିଭାଗ । ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଚଢ଼ଉରେ ଏସିଏଫ୍ ଡ.ରୁଦ୍ରପ୍ରଶାଦ ରଥ,ଏସିଏଫ୍ ସୌମ୍ୟରଞ୍ଜନ ସାହୁ, ରେଞ୍ଜର ସଞ୍ଜୟ କୁମାର ସାହୁ, ଫରେଷ୍ଟର ପ୍ରଭାତ କୁମାର ଦୋରା, ଜ୍ୟୋତିରାଜ ମଲ୍ଲିକ, ସିବାଜୀ ବେହେରାଙ୍କ ସମେତ ଫରେଷ୍ଟ ଗାର୍ଡ ଓ ସ୍କ୍ୱାର୍ଡ ଟିମ୍ ସାମିଲ ଥିଲେ।