୭ ଲକ୍ଷ୍ୟ ଟଙ୍କାର ଗଞ୍ଜେଇ ଜବତ, ଚାଲାଣକାରୀ ଫେରାର୍

ବାଲିଗୁଡ଼ା,ଏନ୍ଏନ୍ଏସ୍: ଗଞ୍ଜେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୁଲିସ  ଚଢ଼ଉକରି ନାଡ଼ାପାଟାଙ୍ଗ ଜଙ୍ଗଲ ନିକଟରୁ ୧୮୫ କେଜି ଗଞ୍ଜେଇ ସହ ବୋଲେରୋ ଜବତ କରିଛି । ସେପଟେ ପୁଲିସକୁ ଦେଖି ଗଞ୍ଜଇ ଭର୍ତ୍ତି ଗାଡ଼ି  ଛାଡ଼ି ଚାଲାଣ କାରୀ ଫେରାର୍ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ବାଲିଗୁଡ଼ା ଡିଏସପି ମନୋଜ କୁମାର ପୁଜାରୀ, ଏଏସ୍ଆଇ ରବୀନ୍ଦ୍ର ମୁଣ୍ଡାରି ଏବଂ ପୁଲିସ ଟିମ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିବା ସମୟରେ ଭୋର୍ ସମୟରେ ଗଞ୍ଜେଇ

ଭର୍ତ୍ତି ଏକ ବୋଲେରୋ ଦୃତ ଗତିରେ ବାଲିଗୁଡ଼ା ଅଞ୍ଚଳରୁ ବାରଖମା ଆଡ଼କୁ ଯାଉଥିବା ବେଳେ ପୁଲିସ ଗାଡ଼ିକୁ ପିଛା କରିଥିଲା । ବାରଖମା ଫାଣ୍ଡି ନାଡ଼ାପାଟାଙ୍ଗ ନିକଟରେ ଜଙ୍ଗଲିଆ ଏବଂ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଭର୍ତ୍ତି ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଛନ୍ତି ଚାଲାଣକାରୀ । ଜବତ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ସାତ ଲକ୍ଷ ଟଙ୍କା ହେବ ବୋଲି ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ବାଲିଗୁଡ଼ା ଥାନାରେ ମାମଲା ରୁଜୁ କରି  ତଦନ୍ତ ଚଳାଇଥିବା  ଡିଏସପି ମନୋଜ କୁମାର ପୂଜାରୀ ସୂଚନା ଦେଇଛନ୍ତି।