ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ୧୮ ଜଣଙ୍କୁ ମିଶାଇ ଜିଲ୍ଲାର ମୋଟ୍ ସୁସ୍ଥଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି। ଜିଲ୍ଲାରେ ବର୍ତ୍ତମାନ ୧୪୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବର୍ତ୍ତମାନ ମାତ୍ର ୬୫ ଜଣ ସଂକ୍ରମିତ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାତି ହେଉଛନ୍ତି। ଜିଲ୍ଲାକୁ ୯୬୭୫ ଜଣ ପ୍ରବାସୀ ଫେରିଥିବା ବେଳେ ସେଥିମଧ୍ୟରୁ ୫୧୪୮ ଜଣ ସଙ୍ଗରୋଧ ଅବଧି ଶେଷକରି ଘରକୁ ଫେରିଛନ୍ତି। ବର୍ତ୍ତମାନ ୪୫୨୭ଜଣ ଜିଲ୍ଲାର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।