ସତୀଶ କୌଶିକଙ୍କ ପରିବାରକୁ ଚିଠି ଲେଖିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିବଙ୍ଗତ ଅଭିନେତା ସତୀଶ କୌଶିକଙ୍କ ପରିବାରକୁ ଚିଠି ଲେଖିଛନ୍ତି । ସତୀଶଙ୍କ ବନ୍ଧୁ ଅନୁପମ ଖେର ଏହି ଚିଠିକୁ ସେୟାର କରିଛନ୍ତି । ସତୀଶ କୌଶିକଙ୍କ ପତ୍ନୀ ଶଶି କୌଶିକଙ୍କଙ୍କ ତରଫରୁ ଅନୁପମ ଟ୍ୱିଟ୍ କରି ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଉକ୍ତ ଚିଠିରେ ଲେଖିଛନ୍ତି ଯେ, ସତୀଶ କୌଶିକଙ୍କ ନିଧନ ବିଷୟରେ ଶୁଣିକି ବହୁତ ଦୁଃଖ ଲାଗିଲା । ଏହି କଠିନ ସମୟରେ ଆପଣଙ୍କୁ ଓ ଆପଣଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରୁଛି । ସତୀଶ କୌଶିକ ଜଣେ ଭଲ ବ୍ୟକ୍ତି ଥିଲେ ଯିଏକି ନିଜ ପ୍ରତିଭା ବଳରେ ଭାରତୀୟ ସିନେମା ଜଗତକୁ ଅପାର ଯୋଗଦାନ ଦେଇଛନ୍ତି । ଏକାଧାରରେ ଲେଖକ, ଅଭିନେତା ଓ ନିର୍ମାତା ରୂପେ ସେ ଅନେକ କାମ କରିଛନ୍ତି । ସେ ପ୍ରେରଣାଦାୟୀ ଥିଲେ ଏବଂ ନିଜ ପରିବାରରେ ଏକ ଦୃଢ଼ ମୂଳଦୂଆ ରଖିଥିଲେ । ତାଙ୍କ ବିୟୋଗକୁ ଶଦ୍ଦରେ ବୟାନ କରାଯାଇ ପାରିବ ନାହିଁ । ସେ ଆଜି ଦୁନିଆରେ ନାହାନ୍ତି କିନ୍ତୁ ସ୍ମୃତି ମାଧ୍ୟମରେ ସବୁଦିନ ଜୀବିତ ରହିବେ ।