ପିଙ୍କ ବୁଥରେ ଭୋଟ ଦେଲେ ବଲାଙ୍ଗିର ସାଂସଦ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ରେ ପୌର ନିର୍ବାଚନ ଶେଷ ହୋଇଛି । ଆଜି ୯ନଂ ୱାର୍ଡରେ ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂଦେଓ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ସହ ତାଙ୍କ ଝିଅ ନିବୃତି କୁମାରୀ ମେୱାର ଲାଇନରେ ଛିଡ଼ା ହୋଇ ଭୋଟ ଦେଇଥିଲେ । ପାଟଣାଗଡ଼ ପ୍ରଶାସନ ତରଫରୁ ୯ନଂ ୱାର୍ଡକୁ ପିଙ୍କ ବୁଥ କରାଯାଇଥିବାରୁ ସାଂସଦ ଖୁସି ବ୍ୟକ୍ତ କରିଥିଲେ । ସାଂସଦଙ୍କ ଝିଅ ଓ କିଛି ଭୋଟର ସେଲଫି ପଏଣ୍ଟରେ ଫଟୋ ନେଇଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ୬୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ନିର୍ବାଚନ ସମୟରେ କତେକ ବୁଥରେ ଟଙ୍କା ବଣ୍ଟା ଘଟଣାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।