୩ ଫର୍ମାଟରୁ ଅଧିନାୟକତ୍ୱ ଛାଡ଼ିଲେ ବାବର

ନୂଆଦିଲ୍ଲୀ: ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ କ୍ରିକେଟ ଟିମ୍ ୨୦୨୩ ୱାର୍ଲ୍ଡକପରେ ଖରାପ ପ୍ରଦର୍ଶନ କରିଛି । ଫଳରେ ବାବର ୩ ଫର୍ମାଟରେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ନିଜେ ବାବର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ବାବରଙ୍କ ପରେ ଟେଷ୍ଟ କ୍ରିକେଟରେ ଶାନ ମସୁଦ ଓ ଟି-୨୦ରେ ସାହିନ ଶାହ ଆଫ୍ରିଦି ଅଧିନାୟକ ହେବା ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ।

ବାବର ଆଜମ ୨୦୧୯ରେ ପାକିସ୍ତାନ ଟିମର ଅଧିନାୟକ ହୋଇଥିଲେ । ସେ ଦୀର୍ଘ ୪ ବର୍ଷ ହେବ ୩ ଫର୍ମାଟରେ ପାକିସ୍ତାନର ନିୟମିତ ଅଧିନାୟକ ଥିଲେ ।