ଯୁବକଙ୍କୁ ହତ୍ୟା ଅଭିଯୋଗ, ସନ୍ଦେହରେ ୪ ଅଟକ

ନବରଙ୍ଗପୁର,ଏନ୍‌ଏନ୍‌ଏସ୍‌: ଯୁବକଙ୍କୁ ହତ୍ୟା ସନ୍ଦେହରେ ୪ ଜଣଙ୍କୁ ଖାତିଗୁଡ଼ା ପୁଲିସ ଅଟକ ରଖିଛି । ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ଥାନା ସଦର ମହକୁମା ଖାତିଗୁଡ଼ା ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମୃତକ ଜଣକ ହେଲେ ପଦ୍ମନ ଦଳେଇଙ୍କ ପୁଅ ଟଙ୍କଧର ଦଳେଇ । ମିଳିଥିବା ରିପୋର୍ଟ ମୁତାବକ, ଟଙ୍କଧର ରାତିରେ ନାଟକ ଦେଖିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଏହି ସମୟରେ ସାଙ୍ଗସାଥୀଙ୍କ ସହ ଝଗଡ଼ା ହୋଇଥିଲା ଏବଂ ସକାଳେ ମୃତଦେହକୁ ଶିବ ମନ୍ଦିର ଯିବା ରାସ୍ତାରେ ପଡ଼ିଥିବାର ଦେଖି ବଡ଼ ଭାଇ ଭବାନୀ ଶଙ୍କର ଦଳେଇ ଥାନାରେ ଅଭିଯୋଗ କରିଛନ୍ତି । ଟଙ୍କଧରଙ୍କ ପୂର୍ବରୁ କାହାରି ସହ ଶତ୍ରୁତା ନଥିବାବେଳେ କିଏ ହତ୍ୟା କରିଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହେଇନି । ଏହାର କାରଣ ଜାଣିବା ପାଇଁ ପ୍ରାଥମିକ ଭାବେ ୪ ଜଣ ଯୁବକକୁ ସନ୍ଦେହଜନକ ଭାବେ ଉଠେଇ ନେଇ ଖାତିଗୁଡ଼ା ପୁଲିସ ପଚରାଉଚରା କରୁଛି । ଅଧିକ ତଦନ୍ତ ନିମନ୍ତେ ଏଏସଓ ଲଷ୍ମୀଧର ନାୟକଙ୍କ ନେତୃତ୍ୱରେ ଭବାନୀପାଟଣାରୁ ଏକ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରୁଥିବାବେଳେ ନବରଙ୍ଗପୁରରୁ ଯୁବରାଜ ପୁଷ୍ଟିଙ୍କ ନେତୃତ୍ୱରେ ସନ୍ଦେହୀ କୁକୁର ଟିମ ଆସି ଦୋଷୀକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛିି । ପାପଡ଼ାହାଣ୍ଡି ଏସଡିପିଓ ଆଦିତ୍ୟ ସେନଙ୍କ ତତ୍ୱାବଧାନରେ ତଦନ୍ତ ଚାଲୁଥିବାବେଳେ ଖାତିଗୁଡ଼ା ଆଇଆଇସି ଓ ତେନ୍ତୁଲୀଖୁଣ୍ଟି ଆଇଆଇସି ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ଦୋଷୀକୁ ଧରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଭାଇ ଟଙ୍କଧରଙ୍କ ମୃତ୍ୟୁରେ ପରିବାର ଓ ବନ୍ଧୁବର୍ଗ ଭାଙ୍ଗି ପଡ଼ିଥିôବାବେଳେ ଏହାର ଉଚିତ ନ୍ୟାୟ ପାଇଁ ସେମାନେ ଦାବୀ କରିଛନ୍ତି ।

ଅନ୍ୟପଟେ ଘଟଣା ବିଷୟରେ ଏସଡିପିଓ ଆଦିତ୍ୟ ସେନଙ୍କୁ ପଚାରିବାରୁ କେସ ନଂ ୧୦୭/୨୩ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ପ୍ରକାଶ କରିବା ସହ ପ୍ରକୃତ ଦୋଷୀ ନିଶ୍ଚିତ ଭାବେ ତଦନ୍ତ ପରେ ଜଣାପଡ଼ିବ ବୋଲି କହିଛନ୍ତି ।