ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ଆଣିଲା ଆକ୍ସିସ୍ ମଲ୍‌ଟିକ୍ୟାପ୍ ଫଣ୍ଡ୍

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ମ୍ୟୁଚୁଆଲ୍ ଫଣ୍ଡ୍ ସଂସ୍ଥା ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍ ପକ୍ଷରୁ ନୂଆ ଫଣ୍ଡ୍ ଅଫର୍ ଆକ୍ସିସ୍ ମଲ୍ଟିକ୍ୟାପ୍ ଫଣ୍ଡ୍‌ର ଶୁଭାରମ୍ଭ କରାଯାଇଛି। ଏହି ଫଣ୍ଡ୍ ୨୦୨୧ ନଭେମ୍ବର ୨୬ରେ ଖୋଲିବ ଏବଂ ଡିସେମ୍ବର ୧୦ରେ ବନ୍ଦ ହେବ। ଏହି ଫଣ୍ଡ୍ ନିବେଶକମାନଙ୍କୁ ସର୍ବନିମ୍ନ ସମାନୁପାତିକ ଭିତ୍ତିରେ ଲାର୍ଜ, ମିଡ୍ ଓ ସ୍ମଲ୍ କ୍ୟାପ୍ ଫଣ୍ଡ୍‌ରେ ନିବେଶ କରିବାର ସୁଯୋଗ ପ୍ରଦାନ କରିବ।

ଓପୋନ୍ ଏଣ୍ଡେଡ୍ ଇକ୍ୱିଟି ଫଣ୍ଡରେ ସର୍ବନିମ୍ନ ନିବେଶ ରାଶି ୫୦୦୦ ଟଙ୍କା ରଖାଯାଇଥିବା ବେଳେ ଏହା ପରେ ୧ ଟଙ୍କାର ଗୁଣିତକ ହିସାବରେ ନିବେଶ ଆଗକୁ ବଢ଼ିବ। ଦୀର୍ଘମିଆଦୀ ଭିତ୍ତିରେ ସମ୍ପତ୍ତି ସୃଷ୍ଟି କରିବାକୁ ଚାହୁଁଥିବା ନିବେଶକମାନଙ୍କ ଲାଗି ଏହା ଏକ ଉପଯୁକ୍ତ ଫଣ୍ଡ୍।