ରେନୋ କ୍ୱିଡ୍‌ର ରେକର୍ଡ ଉପଲବ୍‌ଧି; ଭାରତରେ ୪ ଲକ୍ଷ ୟୁନିଟ୍ ବିକ୍ରି ଅତିକ୍ରମ କରିଛି

ନୂଆଦିଲ୍ଲୀ,ଏଜେନ୍ସି: ରେନୋ ଭାରତରେ ୧୦ମ ବର୍ଷରେ ପଦାର୍ପଣ କରିଛି। ଆଜି ଡେରାଡୁନ୍‌, ଉତ୍ତରାଖଣ୍ଡ ଠାରେ ବ୍ରାଣ୍ଡ ନୂଆ, ନୂତନ ଓ ମୂଲ୍ୟ ଉପଯୋଗୀ ଗେମ୍ ଚେଞ୍ଜର ରେନୋ କ୍ୱିଡକୁ ୪,୦୦,୦୦୦ତମ ଗ୍ରାହକଙ୍କୁ ପ୍ରଦାନ କରାଯାଇଛି। ଏହା ସହିତ ରେନୋ କ୍ୱିଡ୍ ଭାରତରେ ଏହାର ୪ ଲକ୍ଷ ବିକ୍ରିର ମାଇଲଖଣ୍ଟ ଅତିକ୍ରମ କରିବା ସହିତ ମିନି କାର୍ ସେଗମେଣ୍ଟ୍‌ରେ ନିଜର ଏକ ସ୍ୱତନ୍ତ୍ର ଉପସ୍ଥିତି ପ୍ରମାଣିତ କରିପାରିଛି।

ସାରା ଦେଶରେ ରେନୋ ବ୍ରାଣ୍ଡର ପ୍ରସାର କ୍ଷେତ୍ରରେ ରେନୋ କ୍ୱିଡ୍ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି। ରେନୋ ନିକଟରେ ଅଲ୍‌-ନ୍ୟୁ କ୍ୱିଡ୍ ମାଇଁ୨୧ ର ଶୁଭାରମ୍ଭ କରିଛି। ଗୁଣମାନ ଓ କାର୍ଯ୍ୟଦକ୍ଷତାର ବିଶ୍ୱ ମାନକକୁ ଧ୍ୟାନରେ ରଖି ରେନୋ କ୍ୱିଡ୍‌କୁ ବିଶେଷ ଭାବରେ ଭାରତୀୟମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଭାରତରେ ରେନୋ ଇଣ୍ଡିଆର ୫୦୦ ବିକ୍ରି ଓ ୫୩୦ ସର୍ଭିସ୍ ଟଚ୍ ପଏଣ୍ଟ୍ ରହିଛି ଯେଉଁଥିରେ ରହିଛି ସାରା ଦେଶରେ ୨୫୦+ ୱାର୍କସପ୍ ଅନ୍ ହୁଇଲ୍‌ସର ସୁବିଧା।