Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କୃଷି ଓ କୃଷକଙ୍କ ପାଇଁ ସଚେତନତା ତାଲିମ ଶିବିର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କୃଷି ଓ କୃଷକଙ୍କ ପାଇଁ ସଚେତନତା ତାଲିମ ଶିବିର

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କମ୍ୟୁନିଟି ହଲ ପରିସରରେ କୃଷି ଓ କୃଷକଙ୍କ ବିକାଶ ନିମନ୍ତେ ୨ ଦିନିଆ ସଚେତନତା ତାଲିମ ଶିବିର ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏବଂ ମୁନିଗୁଡ଼ା ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟ ତରଫରୁ ଆୟୋଜିତ ହୋଇଯାଇଛି । କୃଷି ଜିଲ୍ଲା ଅଧିକାରୀ ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱ ଓ ସହକାରୀ କୃଷି ବୈଷୟିକ ପ୍ରବନ୍ଧକ ଉତ୍ତମ କୁମାର ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଦ୍ୱି-ଦିବସୀୟ ସଚେତନତା ତାଲିମ ଶିବିରରେ ମୁଖ୍ୟଅତିଥି ଭାବେ ରାୟଗଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ, ସମ୍ମାନିତ ଅତିଥିଭାବେ ଜିଲ୍ଲା କୃଷି ବିଭାଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବନ୍ଧୁ ଚରଣ ଜେନା, ଜିଲ୍ଲା ସହକାରୀ ଜଳ ଛାୟା ଯନ୍ତ୍ରୀ ସୁଶ୍ରୀ ଅନିତା ମହାନ୍ତି, ଜିଲ୍ଲା ସହକାରୀ କୃଷି ଅଧିକାରୀ ରାହୁଲ କୁମାର ନାୟକ, ମୁନିଗୁଡ଼ା ଗୋଷ୍ଠୀ କୃଷି ଅଧିକାରୀ ଯଜ୍ଞଦତ୍ତ ସେଠୀ ଓ ବିଷମକଟକ ବ୍ଲକ୍ କୃଷି ଅଧିକାରୀ ଘନଶ୍ୟାମ ହାଇବୃ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ ଏବଂ ଅଜିତ ମହାରଣାଙ୍କ ପବିତ୍ର ବେଦମନ୍ତ୍ର ଧ୍ୱନି ମଧ୍ୟରେ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦଘାଟନ କରାଯାଇଥିଲା । ପ୍ରାରମ୍ଭିକ ସଭାପତିତ୍ୱ ଅଭିଭାଷଣରେ ମୁନିଗୁଡ଼ା କୃଷି ଜିଲ୍ଲା ଅଧିକାରୀ ଶତପଥୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିବରଣୀ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁନିଗୁଡ଼ା, ବିଷମକଟକ ଓ ଚନ୍ଦ୍ରପୁର ବ୍ଲକର ସମସ୍ତ କୃଷି ଅଧିଦର୍ଶକ, ଗ୍ରାମ୍ୟ କୃଷି କର୍ମଚାରୀ, କୃଷକ ସାଥୀ, ଅଗ୍ରଣୀ ଚାଷୀ ଓ କୃଷି ବିଭାଗ ସମ୍ପର୍କିତ ବିଭିନ୍ନ ବିଭାଗୀୟ ସହଯୋଗୀମାନେ ଉପସ୍ଥିତ ରହି କୃଷି ଓ କୃଷକ ବିକାଶ ସମ୍ବନ୍ଧୀୟ ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସରକାରଙ୍କ କୃଷି ଯୋଜନା, ବିଭିନ୍ନ କୃଷି ଋଣ, ଋଣରେ ମିଳୁଥିବା ସବସିଡି, ଯନ୍ତ୍ରାଂଶ ମାଧ୍ୟମରେ କୃଷି ଓ ଭୂତଳ ଜଳ କୃଷି ପାଇଁ ସରକାରୀ ପ୍ରୋତ୍ସାହନ ଆଦି ଅନେକ ପ୍ରସଙ୍ଗରେ ପ୍ରଶିକ୍ଷକମାନେ ତାଲିମ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀଯୁକ୍ତ ପ୍ରଧାନ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଓ ପିଏମ କିଶାନ ଯୋଜନାରୁ କିପରି କୃଷକମାନେ ଲାଭାନ୍ୱିତ ହୋଇପାରିବେ ଉପସ୍ଥିତ ଶିବିରାର୍ôଥଙ୍କୁ ବୁଝାଇଥିଲେ । ସେହିପରି ଜିଲ୍ଲା ସହକାରୀ କୃଷିଯନ୍ତ୍ରୀ ସୁଶ୍ରୀ ମହାନ୍ତି ଜୈବପୁଞ୍ଜ ପୋଖରୀ ମାଧ୍ୟମରେ ମାଛ ଚାଷ, ପଶୁ ପାଳନ, ଉଦ୍ୟାନ କୃଷି ଓ ଜୈବିକ କୃଷି ଉପରେ ମାର୍ଗଦର୍ଶନ କରିଥିଲେ । ମୁନିଗୁଡ଼ା ସହକାରୀ କୃଷି ଅଧିକାରୀ ଅର୍ପିତା ବେହେରା ଓ ଆମ୍ବାଦଳା କୃଷି ଅଧିକାରୀ ଦିପ୍ତିରାଣୀ ପଟ୍ଟନାୟକ ସେମାନଙ୍କ ଅଞ୍ଚଳର କୃଷି ଓ କୃଷକ ବିକାଶ କ୍ଷେତ୍ରର ଉଦାହରଣ ଦେବା ସହ ଅଧିକାରୀଙ୍କୁ ତାଲିମ ସମୟରେ ସହଯୋଗ କରିଥିଲେ । ରାୟଗଡ଼ା ଜିଲ୍ଲା ଆରସିଡିସି ଓ ମିଲଟ ମିଶନ ତରଫରୁ ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟର ପ୍ରଦର୍ଶନ ଓ ଉପସ୍ଥିତ ସଭିଙ୍କୁ ଖାଇବାକୁ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ୩ଟି ବ୍ଲକର କୃଷକ ସାଥୀ, ଅଧିଦର୍ଷକ୍‌, ଅଗ୍ରଣୀ ଚାଷୀଙ୍କୁ ତାଲିମ ଦିଆଯାଇଥିଲା । ମୁନିଗୁଡ଼ା ଜିଲ୍ଲା କୃଷି ପରାମର୍ଶ କେନ୍ଦ୍ର ଓ ଗୋଷ୍ଠୀ କୃଷି ବିଭାଗର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।