କେଜ୍ରିୱାଲ ସରକାର କରାଇବେ କୁତ୍ରିମ ବର୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉପରେ ରୋକ ଲଗାଇବା ପାଇଁ ଅନେକ ଉପାୟ କାର୍ଯ୍ୟକାରୀ କରାଯାଉଛି । ଏହିକ୍ରମେ ପ୍ରଥମଥର ପାଇଁ କେଜ୍ରିୱାଲ ସରକାର କୁତ୍ରିମ ବର୍ଷା କରିବାକୁ ଯାଉଛନ୍ତି । ସୂଚନା ମୁତାବକ, ଜାନୁଆରୀ ୨୦ ତାରିଖରୁ କୁତ୍ରିମ ବର୍ଷା କରାଯାଇପାରେ । ଦିଲ୍ଲୀ ସରକାରଙ୍କୁ ସମ୍ପୂର୍ଣ୍ଣ ଯୋଜନା ଆଇଆଇଟି କାନପୁର ହସ୍ତାନ୍ତର କରିଛି । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀଙ୍କ ସହ ଆଜି ଆଇଆଇଟି କାନପୁରର ବଡ଼ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏସମ୍ପର୍କରେ ଆସନ୍ତା ୧୦ ତାରିଖରେ ଦିଲ୍ଲୀ ସରକାର ସମ୍ପୂର୍ଣ୍ଣ ସୂଚନା ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିବ । ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ସମ୍ମୁଖରେ କୁତ୍ରିମ ବର୍ଷା କରାଇବାରେ କେନ୍ଦ୍ର ସରକାରଙ୍କ ସହଯୋଗ ଯୋଗାଇବାକୁ ନିବେଦନ କରିବ ।