ଉପବାଚସ୍ପତି ପଦରୁ ରଜନୀକାନ୍ତଙ୍କ ଇସ୍ତଫା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଉପବାଚସ୍ପତି ରଜନୀକାନ୍ତ ସିଂହ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରଜନୀକାନ୍ତ ତାଙ୍କ ଇସ୍ତଫା ପତ୍ର ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି ।

ଇସ୍ତଫା ଦେବା ପରେ ରଜନୀକାନ୍ତ ସିଂହ କହିଛନ୍ତି ଯେ, ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି । ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଇସ୍ତଫା ଦେଲି । ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଏବେ ମୋର ପ୍ରଥମ ଲକ୍ଷ୍ୟ । ଏହି ନିଷ୍ପତ୍ତି ମୁଁ ହଠାତ୍ ନୁହେଁ ବରଂ ବହୁ ଦିନରୁ ନେଇଥିଲି ।