୧୯୫ ଏକର ଜମିରୁ ଗଞ୍ଜେଇ ଗଛ ନଷ୍ଟ

ଫୁଲବାଣୀ,ଏନ୍ଏନ୍ଏସ୍: କିଛିଦିନର ନିରବତା ପରେ ଆଜି ପୁଣିଥରେ କନ୍ଧମାଳ ଜିଲ୍ଲାରେ ଆରମ୍ଭ ହୋଇଛି ଗଞ୍ଜେଇ କଟା ଅଭିଯାନ। ଫୁଲବାଣୀ ସଦରଥାନା ଜାମଝୁରି ପଞ୍ଚାୟତର କାଲିଗାଡ଼ା , ମାଲାସୁଡ଼ୁରା , କଟିତରା ଆଦି ଗ୍ରାମର ବିିଭିନ୍ନ ସ୍ଥାନରେ ବେଆଇନ ଲାବେ ଲାଗିଥିବା ପ୍ରାୟ ୧୯୫ ଏକର ଜମିର ଗଞ୍ଜେଇ ଗଛକାଟି ନଷ୍ଟ କିର ଦିଆଯାଇଥିବା ସଦର ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ସୂଚନା ଦେଇଛନ୍ତି।

ଏହି ଅଭିଯାନରେ ମାଜିଷ୍ଟ୍ରେଟ୍ ଭାବରେ ସହକାରୀ ଜିଲ୍ଲାପାଳ ପ୍ରଦ୍ୟୁମ୍ନ ମଣ୍ଡଳ ସାମିଲ୍ ହୋଇଥିବାବେଳେ ଥାନା ଅଧିକାରୀଙ୍କ ନେତୃତ୍ୱରେ ଏସଆଇ ଶିବ ମହାନ୍ତ, ଅବକାରୀ ବିଭାଗର ଏସ୍ଆଇ ସୁରେଶ ତାଣ୍ଡି ଏବଂ କର୍ମଚାରୀ ମାନଙ୍କ ସମେତ ୨ ପ୍ଲାଟୁନ ପୁଲିସ ଏବଂ ଶ୍ରମିକମାନେ ସାମିଲ୍ ହୋଇଥିଲେ।