ଅଜଣା ଗାଡି ଧକ୍କାରେ ଶିକ୍ଷକଙ୍କ ମୃତ୍ୟୁ

ସଇଁନ୍ତଳା,ବରଗାଁ,ଏନ୍ଏନ୍ଏସ୍: ସଇଁନ୍ତଳା ବ୍ଲକ୍ ୨୬ ନଂ ଜାତୀୟ ରାଜପଥ ଲାଞ୍ଚ ନନ୍ଦୀ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ତରାସିହା ଗ୍ରାମର ଲବ ବେହେରା ଆଜି ସାକଳୁ ପାଟଣାଗଡ଼ ଆଦର୍ଶ ବିଦ୍ୟାଳୟକୁ ଯାଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ଗାଡି ତାଙ୍କୁ ଧକ୍କାଦେଇ ଫେରାର ହୋଇଯାଇଥିଲା। ତେବେ ସ୍ଥାନୀୟଲୋକେ ଉଦ୍ଧାର କରି ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତାଙ୍କୁ ସଇଁ ନ୍ତଳା ଡାକ୍ତରଖାନା ନେବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇ ଥିଲା।