ୱେଷ୍ଟେଣ୍ଡିଜ ବିରୋଧୀ ଟି-ଟ୍ୱୋଣ୍ଟି ସିରିଜରେ ବିରାଟ ଓ ବୁମରାଙ୍କୁ ବିଶ୍ରାମ

ନୂଆଦିଲ୍ଲୀ: ୱେଷ୍ଟେଣ୍ଡିଜ ବିରୋଧରେ ଆଗାମୀ ମାସ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱୋଣ୍ଟି ସିରିଜ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି । ଉକ୍ତ ସିରିଜରେ ରୋହିତ ଶର୍ମା ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ । ଅନ୍ୟପଟେ ବିରାଟ କୋହଲୀ, ଜସପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ସିରିଜରୁ ବିଶ୍ରାମ ଦିଆଯାଇଛି । କୁଲଦୀପ ଯାଦବ ଓ କେଏଲ ରାହୁଲଙ୍କୁ ଟିମରେ ସ୍ଥାନ ମିଳିଛି । କିନ୍ତୁ ଉଭୟଙ୍କୁ ଫିଟନେସ ପରୀକ୍ଷା ପାସ୍ କରିବାକୁ ପଡ଼ିବ ।

ଚଳିତ ବର୍ଷ ହେବାକୁ ଥିବା ଟି-ଟ୍ୱୋଣ୍ଟି ୱାର୍ଲ୍ଡ ପକୁ ଧ୍ୟାନରେ ରଖି ୱେଷ୍ଟେଣ୍ଡିଜ ସିରିଜକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ୱେଷ୍ଟେଣ୍ଡିଜ ସିରିଜ ଲାଗି ରୋହିତ ଶର୍ମାଙ୍କ ବ୍ୟତୀତ ଇଶାନ କିଷନ, କେଏଲ ରାହୁଲ, ସୂର୍ଯ୍ୟା କୁମାର ଯାଦବ, ଦୀପକ ହୁଡ୍ଡା, ଶ୍ରେୟସ ଅୟର, ଦିନେଶ କାର୍ତ୍ତିକ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜଡେଜା, ଅକ୍ଷର ପଟେଲ, ଆର ଅଶ୍ୱିନ୍‌, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଆବେଶ ଖାନ୍‌, ହର୍ଷଲ ପଟେଲ ଓ ଅଶୀଦୀପ ସିଂହଙ୍କୁ ଦଳରେ ସ୍ଥାନ ମିଳିଛି ।