ଆଫଗାନିସ୍ତାନ କ୍ରିକେଟ ଟିମ୍‌ର ବ୍ୟାଟିଂ କୋଚ୍ ହେଲେ ଶ୍ରୀଲଙ୍କାର ଅଭିଷ୍କା ଗୁଣବର୍ଦ୍ଧନେ

ନୂଆଦିଲ୍ଲୀ,ଏଜେନ୍ସି: ଶ୍ରୀଲଙ୍କାର ପୂର୍ବତନ ବୋଲର ଅଭିଷ୍କା ଗୁଣବର୍ଦ୍ଧନେଙ୍କୁ ଆଫଗାନିସ୍ତାନ ଟିମର ନୂଆ ବ୍ୟାଟିଂ କୋଚ ଭାବେ ନିଯୁକ୍ତ କରାଯାଇଛି। ଆଫଗାନସ୍ତାନ କ୍ରିକେଟ ବୋର୍ଡ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେଇଯାଇଥିବା ବେଳେ ବୋର୍ଡ ଏହି ଘୋଷଣା କରିଛି। ଗତ ସୋମବାର ତାଲିବାନ ଦ୍ୱାରା ନିୟନ୍ତ୍ରିତ ହୋଇଥିବା ଆଫଗାନିସ୍ତାନ କ୍ରିକେଟ ପୂର୍ବ ଭଳି ରହିପାରେ।

ଆଫଗାନିସ୍ତାନ କ୍ରିକେଟ ବୋର୍ଡ ନିଜର ଟୁଇଟର ହାଣ୍ଡେଲରେ ଟୁଇଟ କରିଛି ଯେ, ଶ୍ରୀଲଙ୍କାର ପୂର୍ବତନ ଖେଳାଳି ଏବଂ କୋଚ ଅଭିଷ୍କା ଗୁଣବର୍ଦ୍ଧନେଙ୍କୁ ଆଫଗାନିସ୍ତାନର ରାଷ୍ଟ୍ରୀୟ ଟିମରେ ବ୍ୟାଟିଂ କୋଚ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କା ତରଫରୁ ପାଖାପାଖି ୧ ଦଶନ୍ଧି ପରେ ଅନ୍ତର୍ଜାତୀୟ କ୍ୟାରିୟରରେ ଗୁଣବର୍ଦ୍ଧନେ ୬ଟି ଟେଷ୍ଟ ଏବଂ ୬୧ଟି ଦିନିକିଆ ମ୍ୟାଚ ଖେଳିଥିଲେ। ସେ ଟେଷ୍ଟ କ୍ରିକେଟରେ ୧୮୧ ରନ୍ ଓ ଦିନିକିଆରେ ଶତକ ସହିତ ୧୭୦୮ ରନ୍ ଯୋଡ଼ିଥିଲେ।

ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଗତ ମେ’ ମାସରେ କହିଥିଲା ଯେ, ଏକ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗୁଣବର୍ଦ୍ଧନେଙ୍କୁ ଏକ ଦୁର୍ନୀତି ମାମଲାରେ ହୋଇଥିବା ୨ଟି ଅଭିଯୋଗରୁ ମୁକ୍ତ କରିଥିଲା। ଫଳରେ ସେ କ୍ରିକେଟ ସହିତ ସଂପର୍କିତ ଗତିବିଧିରେ ଅଂଶଗ୍ରହଣ କରିପାରିବେ। ଆଫଗାନିସ୍ତାନକୁ ଆସନ୍ତା ମାସ ଶ୍ରୀଲଙ୍କାରେ ପାକିସ୍ତାନ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ ଖେଳିବାର ଅଛି।