ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ଆସି ପହଞ୍ଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭୁବନେଶ୍ୱର ଏୟାରପୋର୍ଟରେ ଠିକ୍ ଦିନ ୯ଟା ସମୟରେ ଆସି ଦୁଇ ମନ୍ତ୍ରୀ ପହଞ୍ଚିଛନ୍ତି।
ଏହି ସମୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ତାଙ୍କୁ ସ୍ୱାଗତ କରିଛନ୍ତି। ପୁଷ୍ପ ଗୁଚ୍ଛ ଓ ଉତ୍ତରୀ ଦେଇ ସ୍ୱାଗତ କରାଯିବା ସହିତ ଓଡିଶା ମଲ୍ଲ ଯୁଦ୍ଧ କଳା ପ୍ରଦର୍ଶନ କରାଯାଇଛି। ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ପରେ ଏହା ଶିକ୍ଷାମନ୍ତ୍ରୀଙ୍କ ପ୍ରଥମ ଓଡ଼ିଶା ଗସ୍ତ।
