ଆଗାମୀ ସେପ୍ଟେମ୍ବର ୩୦ ସୁଦ୍ଧା ୬୩ ହଜାର ପ୍ରାଥମିକ ଶିକ୍ଷକଙ୍କ ହେବ ପଦୋନ୍ନତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସେପ୍ଟେମ୍ବର ୧ରେ ମାଧ୍ୟମିକ ଶିକ୍ଷା ଚାକିରିରେ ନିଯୁକ୍ତି ପାଇଁ ଓଏସଏସଟିଇଟି ପରୀକ୍ଷା ହେବ। ଏହାର ସୁପରିଚାଳନା ଠିକରେ କରିବାକୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ।

ସେହିଭଳି ଆଗାମୀ ସେପ୍ଟେମ୍ବର ୩୦ ସୁଦ୍ଧା ୬୩ ହଜାର ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯିବ। ଏଥିପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ପଦୋନ୍ନତି ଖସଡ଼ା ପ୍ରସ୍ତୁତ କରିବେ। ଡିଇଓମାନେ ସଂପୃକ୍ତ ଜିଲ୍ଲାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ୟା ଗୁଡ଼ିକୁ ତଦାରଖ କରିବେ। ବିଭାଗର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଇବେ। ଆଗାମୀ ବର୍ଷଠାରୁ ଯେପରି ଆଦର୍ଶ ବିଦ୍ୟାଳୟରେ ଶତପ୍ରତିଶତ ପିଲା ପାସ୍‌ ହେବେ ସେଥିପାଇଁ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି।