ଅଟୋ ଓଲଟି ୯ ଆହତ, ୨ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ଶ୍ରମ କାର୍ଡ କରି ଘରକୁ ଫେରୁଥିବା ବେଳେ ୯ଜଣ ଆହତ ହୋଇଥିବାବେଳେ ୨ଜଣ ଗୁରୁତର ଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବକ, ଆଜି ସକାଳୁ ବାରକୋଟ ବ୍ଲକ ବୁଡ଼ାଖମନ ଗ୍ରାମରୁ ୯ ଜଣ ପୁରୁଷ ଓ ମହିଳା ଏକ ଅଟୋ ଯୋଗେ ବୁଡ଼ାଖମନ ଗ୍ରାମରୁ ଦେବଗଡ଼ ଜିଲ୍ଲା ମୁଖ୍ୟାଳୟରେ ଥିବା ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଶ୍ରମ କାର୍ଡ ପାଇଁ ଆବେଦନ କରିବାକୁ ଆସିଥିଲେ। ପରେ ଦିନ ପ୍ରାୟ ଗୋଟାଏ ବେଳେ ନିଜ ଗ୍ରାମ ବାରକୋଟ ବ୍ଲକ ବୁଡ଼ାଖମନ ଗ୍ରାମକୁ ଫେରୁଥିବାବେଳେ ସମରଖାଇ ଗ୍ରାମ ନିକଟସ୍ଥ ୪୯ନମ୍ବର ଜାତୀୟ ରାଜପଥରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ଅଟୋରେ ଥିବା ସମସ୍ତ ୯ଜଣ ମହିଳା ଓ ପୁରୁଷ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।