ଅଷ୍ଟ୍ରେଲିଆ ପରାଜୟ, ୨-୧ରେ ସିରିଜ କବଜା କଲା ଭାରତ

ହାଇଦ୍ରାବଦ,ଏଜେନ୍ସି: ଅଷ୍ଟ୍ରେଲିଆର ୧୮୭ ରନ୍‌ର ଲକ୍ଷ୍ୟକୁ ୬ ଓ୍ବିକେଟ ସହିତ ହାସିଲ କରିଛି ଭାରତ। ଏଥିସହିତ ୨-୧ରେ ସିରିଜ କବଜା କରିଛି। ପ୍ରଥମେ କେଏଲ୍‌ ରାହୁଲ ଓ ରୋହିତ ଶର୍ମା ଓପନିଂ କରିଥିବା ବେଳେ ତାଙ୍କ ଯୋଡି ବିଫଳ ହୋଇଥିଲା। କେ ରାହୁଲ ୧ ରନ୍‌ କରି ଆଉଟ ହୋଇଥିବା ବେଳେ ରୋହିତ ଶର୍ମା ୧୭ ରନ୍‌ କରି ଆଉଟ ହୋଇଯାଇଥିଲେ। ପରେ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ଖେଳକୁ ଆଗକୁ ନେଇଥିଲେ। ସୂର୍ଯ୍ୟକୁମାର ଯାଦବ ୬୯ ରନ୍‌ କରି ଆଉଟ ହୋଇଥିବା ବେଳେ ବିରାଟ ୬୩ ରନ୍‌ କରି ପାଭିଲିଅନ୍‌ ଫେରିଥିଲେ। ସେହିପରି ଦିନେଶ କାର୍ତ୍ତିକ ୧ ରନ୍‌ ସିହତ ଅପରାଜୟ ରହିଥିବା ବେଳେ ଶେଷ ବଲ୍‌ରେ ଚଉକା ମାରି ହାର୍ଦ୍ଧିକ ପାଣ୍ଡ୍ୟା ୨୫ ରନ୍‌ ସହିତ ମ୍ୟାଚକୁ ଜିତାଇଥିଲେ। ଏହି ପାଳିରେ ଡାନିଏଲ ସାମ୍ସ ୨ଟି ଓ୍ବିକେଟ ନେଇଥିବା ବେଳେ ଜସ୍ ହେଜଲ୍‌ଉଡ୍‌ ଓ ପାଟ୍ କମିନ୍ସ ଗୋଟିଏ ଲେଖାଏଁ ଓ୍ବିକେଟ ହାସିଲ କରିଥିଲେ।

ପ୍ରଥମ ପାଳିର ମ୍ୟାଚରେ ଅଷ୍ଟ୍ରେଲିଆ ୨୦ ଓଭରରେ ୧୮୬ ରନ୍‌ ସହିତ ୭ଟି ଓ୍ବିକେଟ ହରାଇଥିଲା। ଏଥିରେ ଗ୍ରୀନ୍‌ ୫୨ ରନ୍‌ କରିଥିବା ବେଳେ ଅଧିନାୟକ ଫିଞ୍ଚ ୭ ରନ୍‌, ଷ୍ଟିଭ୍ ସ୍ମିଥ୍‌ ୯ ରନ୍‌, ମାକ୍ସଓ୍ବେଲ୍‌ ୬ ରନ୍‌, ଜସ୍‌ ଇଙ୍ଗଲିସ ୨୪ ରନ୍‌, ଟିମ୍ ଡେଭିଡ୍‌ ୫୪ ରନ୍‌, ଓ୍ବାଡେ ୧ ରନ୍‌ କରି ଆଉଟ ହୋଇଥିଲେ। ଅନ୍ୟପଟେ ଡାନିଏଲ୍‌ ସାମ୍ସ ୨୮ ରନ୍‌ ଓ ପାଟ କମିନ୍ସ କ୍ରିଜରେ ଅପରାଜେୟ ରହିଥିଲେ। ଏହି ପ୍ରଥମ ପାଳିର ମ୍ୟାଚ୍‌ରେ ଅକ୍ସର ପଟେଲ ୩ଟି ଓ୍ବିକେଟ ନେଇଥିବା ବେଳେ ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। ଏଥିସହିତ ଭାରତ ୩ଟିରୁ ୨ଟି ସିରିଜ୍ ଜିତି ଟ୍ରଫି ହାତେଇଛି।