ଆଳିରେ କଡାକଡି ଯାଞ୍ଚ, ୫ ହଜାର ଜୋରିମାନା ଆଦାୟ

ଆଳି,ଏନ୍ଏନ୍ଏସ୍: ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ହେଲେ କିଛି ଅମାନିଆ ମନଛଚ୍ଛା ବୁଲୁଛନ୍ତି। ଅମାନିଆଙ୍କୁ ସାବାଡ କରିବା ପାଇଁ ଗୁରୁବାର ସନ୍ଧ୍ୟାରେ ଆଳି ତହସିଲ ଓ ପୁଲିସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ତହସିଲଦାର ତପନ ସେନାପତି, ଏସଆଇ ସୌମ୍ୟରଞ୍ଜନ ପାଣିଗ୍ରାହୀ, ପ୍ରଦୋଷ ପଟ୍ଟନାୟକ, ରାକେଶ କୁମାର ସୂତାର ଆଳି ଅନ୍ନପୂର୍ଣ୍ଣା ପଡିଆ ଠାରେ ରହି ମାସ୍କ ସହିତ ଯାତାୟାତ କରୁଥିବା ଗାଡି ଗୁଡିକୁ ଯାଞ୍ଚ କରିଥିଲେ। କୋଭିଡ- ୧୯ ନିୟମ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ଠାରୁ ଖବର ଲେଖା ହେବାସୁଦ୍ଧା ୫ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।