ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ, କୋଭିଡ ସଂକ୍ରମଣର ସମୀକ୍ଷା କରିବେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍। ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ସଂକ୍ରମଣ ଅଧିକ ଥିବା ଜିଲ୍ଲାଗୁଡିକରେ କ୍ଷେତ୍ର ପରିଦର୍ଶନ କରିବ ଦଳ।

କୋଲକାତାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପି.ଆର ମହାପାତ୍ରଙ୍କୁ ନେଇ ଟିମ୍ ଗଠନ ହୋଇଛି। ରାଜ୍ୟରେ କାହିଁକି କରୋନା ସଂକ୍ରମଣ ବଢୁଛି ଏନେଇ ସ୍ଥିତି ସମୀକ୍ଷା କରିବ ଟିମ। ଏନେଇ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକଙ୍କ ସହ ଟିମ୍ ଆଲୋଚନା କରିବ। ଟିମ ପାଖରେ ସାମଗ୍ରିକ ରିପୋର୍ଟ ରଖିବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ପ୍ରକାଶ ଥାଉ କି ଦେଶର ୬ଟି ରାଜ୍ୟରେ ସଂକ୍ରମଣ ସଂଖ୍ୟା ଅଧିକ ରହିଛି। ଏହାର କାରଣ ଜାଣିବାକୁ ୬ଟି ରାଜ୍ୟକୁ କେନ୍ଦ୍ର ସ୍ୱତନ୍ତ୍ର ବିଶେଷଜ୍ଞ ଟିମ ପଠାଇଛି। ଏହି ଟିମ ଉକ୍ତ ରାଜ୍ୟରେ କୋଭିଡ ପରିଚାଳନାକୁ ତଦାରଖ କରିବେ। ଓଡିଶା ସହିତ କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ ମଣିପୁର ଗସ୍ତ କରିବ ଟିମ୍।