ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ବଡ଼ମାଣପୁର ଗ୍ରାମକୁ ଋଣ ଅସୁଲି କରିବାକୁ ଯାଇଥିବା ଜଣେ ମାଇକ୍ରୋଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସୂଚନା ଅନୁଯାୟୀ,ଫ୍ୟୁଜନ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀ ସବ୍ୟସାଚୀ ପାଢ଼ୀ ଗତକାଲି ମଧ୍ୟାହ୍ନରେ ବଡ଼ମାଣପୁର ଗ୍ରାମକୁ ଯାଇଥିବା ବେଳେ ଉକ୍ତ ଗ୍ରାମର ବନ୍ଧୁରାମ ପାତ୍ର ତାଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲେ। ଏଥିରେ ଶ୍ରୀପାଢୀଙ୍କ ହାତ ଭାଙ୍ଗିଯିବାସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ସେହିପରି ଅଭିଯୁକ୍ତ ବନ୍ଧୁରାମ ତାଙ୍କ ମୋବାଇଲ ଫୋନକୁ ମଧ୍ୟ ଛଡ଼ାଇ ନେଇଥିଲା। ଏସମ୍ପର୍କରେ ଶ୍ରୀପାଢୀ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଅଭିଯୁକ୍ତ ବନ୍ଧୁରାମକୁ ଗିରଫ କରି କୋର୍ଟଚାଳାଣ କରିଥିବା ଜଣାପଡ଼ିଛି।