ଶନିବାର ଓ ରବିବାର ଦେବଗଡ଼ ପୌରାଞ୍ଚଳ ସଟଡାଉନ

ଦେବଗଡ଼,ଏନ୍ଏନ୍ଏସ୍: ଜିଲ୍ଲାପ୍ରଶାସନ ପକ୍ଷରୁ ଦେବଗଡ଼ ପୌରାଞ୍ଚଳକୁ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି। ଆଜି ଅପରାହ୍ଣରେ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ସଟଡାଉନ ଅବଧିରେ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ କୋହଳ କରାଯାଇଛି। କ୍ଷୀର, ରାସନ ଓ ପନିପରିବା ଆଦି ଦୋକାନ ସକାଳ ୬ ରୁ ପୂର୍ବାହ୍ନ ୧୦ଟା ଯାଏଁ ଖୋଲା ରହିବ। ମାତ୍ର ଯାନବାହନ ଚଳାଚଳ ବନ୍ଦ ରହିବ। ସେହିପରି ସୋମବାର ଠାରୁ ପୁନର୍ବାର ସକାଳ ୬ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।