ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଦୋରାଗୁଡ଼ା ନିକଟସ୍ଥ ଜଙ୍ଗଲରେ ଗତକାଲି ପୂର୍ବାହ୍ନରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟରେ କେହି ମୃତାହତ ହୋଇନଥିଲେ ମଧ୍ୟ ପୁଲିସ ବହୁ ମାଓସାମଗ୍ରୀ ଓ ବିସ୍ଫୋରକ ଜବତ କରିଛି। ଘଟଣାସ୍ଥଳରୁ ଗୋଟିଏ ଥ୍ରୀ ନଟ୍ ଥ୍ରୀ ରାଇଫଲ, ଗୋଟିଏ ମାଗାଜିନ, ୧୪ ଟି ଡେଟୋନେଟର, ୨ ଟି ରିମୋଟ, ଗୋଟିଏ ମୋବାଇଲ ଫୋନ, ଗୋଟିଏ ବଜର, ଗୋଟିଏ ୧୨ ବୋର କେଟରିଜ, ଗୋଟିଏ ଡିଭିଡି ବାଇନାକୁଲାର, ଗୋଟିଏ କ୍ୟାମ ରେକର୍ଡର, ଗୋଟିଏ ଟାବଲେଟ ସହ ବହୁ ମାଓ ପୋଷାକ, କିଟ ବ୍ୟାଗ, ମାଓ ପତ୍ରିିକା ଓ ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ସହ ଅନ୍ୟାନ୍ୟ ସମାଗ୍ରୀ ଜବତ କରାଯାଇଥିବା ଏସପି ରିଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି। ସ୍ୱାଭିମାନ ଅଞ୍ଚଳରେ ବିଏସଏଫ୍ କ୍ୟାମ୍ପ ଓ ଥାନା ପ୍ରତିଷ୍ଠାପରେ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।