ଘରେ ପଶି ହାଣିଲେ ଦୁର୍ବୃତ୍ତ

  • ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଭୁବନେଶ୍ୱର କ୍ୟାପିଟାଲ ମେଡିକାଲ ପଛପଟ ତାରିଣୀ ବସ୍ତିରେ ଜଣେ ଆଶାକର୍ମୀ ଓ ତାଙ୍କ ଭାଇଙ୍କୁ ଦୁର୍ବୃତ୍ତମାନେ ହାଣିଦେଇଥିବା ଜଣାପଡ଼ିଛି। ଆଶାକର୍ମୀଙ୍କ ନାଁ ରଞ୍ଜୁ ନାୟକ ହୋଇଥିବାବେଳେ ତାଙ୍କ ଭାଇଙ୍କ ନାଁ ମନୋ ରଞ୍ଜନ ନାୟକ ବୋଲି ଜଣାପଡ଼ିଛି। ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ହେଲେ ସାହିଲ, ମଣ୍ଟୁ ଓ ସୂର୍ଯ୍ୟ।
    ସୂଚନା ଅନୁଯାୟୀ, ସାହିଲ, ମଣ୍ଟୁ ଓ ସୂର୍ଯ୍ୟ କ୍ୟାପିଟାଲ ମେଡିକାଲରୁ ଲୁହା ରଡ଼ ଚୋରି କରୁଥିଲେ। ଏନେଇ ମନୋରଞ୍ଜନ ବାରଣ କରିଥିଲେ। ରାଗ ରଖି ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଆହତଙ୍କ ମା’। ଘଟଣାରେ ସମୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ତିନି ଜଣ ଫେରାର ଅଛନ୍ତି। ସେପଟେ ଭାଇ ଓ ଭଉଣୀଙ୍କୁ ଗୁରୁତରଭାବେ ଉଦ୍ଧାର କରାଯାଇ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।