ୟୁଟ୍ୟୁବରେ ପାଠପଢ଼ିବେ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀ

  • ଭୁବନେଶ୍ୱର: ଅନଲାଇନ୍ ମୋଡରେ ଚାଲିବ ପାଠପଢା। ଏଣିକି ୟୁଟ୍ୟୁବରେ ପାଠ ପଢିବେ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲା। ଏହାକୁ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟ ନ୍ତ ପିଲା ୟୁଟ୍ୟୁବରେ ପାଠ ପଢିବା ପରେ ସଫଳତା ମଳିଛି। ଏଣୁ + ୨ ପିଲାଙ୍କୁ ୟୁଟ୍ୟୁବରେ ପାଠ ପଢାଇବା ପାଇଁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ। ଯେଉଁମାନେ କରୋନା ପାଇଁ କ୍ଲାସ କରିପାରୁନାହାଁନ୍ତି ସେମାନେ ଘରେ ରହି ୟୁଟ୍ୟୁବରେ ସମସ୍ତ ସିଲାବସ ପଢ଼ିପାରିବେ। ଯାହାଫଳରେ ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହୋଇପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ଅଭିଭାବକଙ୍କ ଅନୁମତି ଆଣି ସ୍କୁଲକୁ ଆସୁଛନ୍ତି ଛାତ୍ରଛାତ୍ରୀ। ଯେଉଁ ଅଭିଭାବକ ଅନୁମତି ଦେଉନାହାଁନ୍ତି, ସେମାନଙ୍କ ପିଲାମାନେ ୟୁଟ୍ୟୁବରେ ପାଠପଢ଼ିବେ।