ଦଳିତ ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଦଳିତ ଆଦିବାସୀ ଏକତା ସଂଘ ପକ୍ଷରୁ ରାଜସ୍ଥାନ ଜାଲୋର ଜିଲ୍ଲାର ନଅ ବର୍ଷର ଦଳିତ ଛାତ୍ର ସ୍କୁଲ ମାଠିଆରୁ ପାଣି ପିଇବାରୁ ନିଜର ଉଚ୍ଚ ବର୍ଗର ଶିକ୍ଷକଙ୍କ ଦ୍ୱାରା ନିଷ୍ଠୁର ମାଡରେ ଗତ ଅଗଷ୍ଟ ୧୩ ତାରିଖରେ ମୃତ୍ୟୁ ଘଟଣା ଏବଂ ନବରଙ୍ଗପୁର ଜିଲ୍ଲାର କପସାଭଟା ଗ୍ରାମର ୩୦ ଆଦିବାସୀ ପରିବାରଙ୍କ ମଧ୍ୟରେ ଚାଷ ନଷ୍ଟ ଓ ଘର ପୋଡି ବିରୋଧରେ ପୀଡିତାଙ୍କ ପାଇଁ ନ୍ୟାୟ ଓ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ପାଇଁ ଆଦିବାସୀ ଦଳିତ ଏକତା ସଂଘ ପକ୍ଷରୁ ସଇଁନ୍ତଲା ବ୍ଲକ୍‌ ଆନୁକୂଲ୍ୟରେ ଆଜି ବ୍ଲକ୍‌ ଛକଠାରୁ ବିଡିଓଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଏକ ବିଶାଳ ରାଲିରେ ବାହାରିଥିଲେ।

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓ ଚନ୍ଦ୍ରମଣୀ ନାଗଙ୍କ ଜରିଆରେ ଏକ ଦାବି ପ୍ରଦାନ କରାଯାଇଥିଲା। ସଂଘର ସଭାପତି ପ୍ରେମାନନ୍ଦ ଭୋଇ, ସମ୍ପାଦକ ପ୍ରୀତି ସାଗର ମହାନନ୍ଦ, କୋଷାଧ୍ୟକ୍ଷ ରୋହିତ ଜାନିଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ସଂଘର ଆଇନ ଉପଦେଷ୍ଟା ପ୍ରଦୀପ ମାଝୀ, ଦିନେଶ ନାଗ, ବ୍ଲକ୍‌ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ତପିଧର କୁମ୍ଭାର, ରମାକାନ୍ତ ମାଝୀ, ରଞ୍ଜନ ବାଗ, ଶେଷଦେବ ଯାନୀ ପ୍ରମୁଖ ସାମିଲ ହୋଇଥିଲେ।