ରୋଷେଇ ଘରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର

ନବରଙ୍ଗପୁର,ଏନ୍ଏନ୍ଏସ୍‌: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ଭରଣ୍ଡି ପଞ୍ଚାୟତର ଅଲେଖ ମହିମା ମନ୍ଦିର ପରିସରରେ ଥିବା ରୋଷେଇ ଘର ଭିତରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଯୁବକ ଜଣକ ସ୍ଥାନୀୟ ଜଗଦୀଶ କଲାରଙ୍କ ପୁଅ ପ୍ରଫୁଲ୍ଲ କଲାର ହୋଇଥିବା ବେଳେ ଯୁବତୀଙ୍କ ପରିଚୟ ଜଣାପଡି ନାହିଁ। ଯୁବତୀଙ୍କ ନିକଟରୁ ଏକ ସୁଇସାଇଡ୍ ନୋଟ ମିଳିଛି। ଯେଉଁଥିରେ ଯୁବତୀ ଜଣକ ଇଂରାଜୀ ଲେଖା ହିନ୍ଦୀ ଭାଷାରେ ମେରେ ପ୍ୟାରେ ପୂର୍ଣ୍ଣିମା, ଏକ ମୋବାଇଲ୍ ନମ୍ୱର, ମେ ଜା ରହା ହୁ, ଲଭ ୟୁ ମାଆ ଲେଖିଛନ୍ତି।

ପାରିପାର୍ଶିକ ପରିସ୍ଥିତିକୁ ଦେଖିଲେ ଏହା ଏକ ଆତ୍ମହତ୍ୟା ବୋଲି ଚର୍ଚ୍ଚା ଜୋର୍ ଧରିଛି। ପୁଅର ବାପା ଝିଅକୁ ଚିହ୍ନିନଥିଲେ ମଧ୍ୟ ପୁଅ ଭଲ ପାଉଥିବ ବୋଲି ସନ୍ଦେହ କରିଛନ୍ତି। ପୁଅ ଗାଡ଼ି ଚଳାଏ, ଦୀର୍ଘ ଦିନ ହେଲା ଘରକୁ ଆସି ନଥିଲା ବୋଲି କହିଛନ୍ତି। ଘଟଣାସ୍ଥଳରେ ଉମରକୋଟ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ସୂଚନା ମିଳିଛି।