Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଖୁସି ଖବର, UPI ଉପରେ ଲାଗିବନି କୌଣସି ଟ୍ୟାକ୍ସ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଖୁସି ଖବର, UPI ଉପରେ ଲାଗିବନି କୌଣସି ଟ୍ୟାକ୍ସ

ନୂଆଦିଲ୍ଲୀ,ଏଜେନ୍ସି: UPI ନେଣଦେଣ ଉପରେ କୌଣସି ଟ୍ୟାକ୍ସ ନେବେନି କେନ୍ଦ୍ର ସରକାର । ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ(Unified Payments Interface) ସର୍ଭିସ ଉପରେ କୌଣସି ଦେୟ ଲାଗୁ ହେବ ନାହିଁ ବୋଲି ରବିବାର ଅର୍ଥମନ୍ତ୍ରଣାଳୟ(Finance Ministry) ପକ୍ଷରୁ ସ୍ପଷ୍ଟ ହୋଇଛି । ଏହି ଡିଜିଟାଲ ପେମେଣ୍ଟ ଲୋକଙ୍କ ହିତ ଏବଂ ସୁବିଧାକୁ ଉତ୍ସାହିତ କରୁଥିବା ସରକାର କହିଛନ୍ତି ।

ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, UPI ନେଣଦେଣ ଅର୍ଥନୀତି ପାଇଁ ଲାଭକାରୀ, ତେଣୁ ଏହି ସେବା ଉପରେ ଚାର୍ଜ ଲାଗୁ କରିବା ପାଇଁ ସରକାର କୌଣସି ବିଚାର କରୁନାହାନ୍ତି । ସରକାର ମଧ୍ୟ ଗତବର୍ଷ #DigitalPayment ଇକୋସିଷ୍ଟମ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଏବଂ #DigitalPayments ଗ୍ରହଣ ଏବଂ ଆର୍ଥିକ ତଥା ଉପଭୋକ୍ତା ଅନୂକୁଳ ପେମେଣ୍ଟ ପ୍ଲାଟଫର୍ମର ପ୍ରୋତ୍ସାହନକୁ ଉତ୍ସାହିତ କରିବା ପାଇଁ ଚଳିତ ବର୍ଷ ମଧ୍ୟ ଘୋଷଣା କରିବେ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଛି ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇରେ 6 ବିଲିୟନ ଅତିକ୍ରମ କରୁଥିବା UPI କାରବାରକୁ ପ୍ରଶଂସା କରିଥିଲେ । ମୋଦି ଟ୍ୱିଟ୍ କରି କହିଛନ୍ତି, “ଏହା ଏକ ଉଲ୍ଲେଖନୀୟ ସଫଳତା । ଏହା ନୂଆ ଟେକ୍ନୋଲୋଜି ଗ୍ରହଣ କରିବା ଏବଂ ଅର୍ଥବ୍ୟବସ୍ଥାକୁ ଅଧିକ ପରିଷ୍କାର କରିବା ପାଇଁ ଭାରତର ଲୋକଙ୍କ ସାମୂହିକ ସଂକଳ୍ପକୁ ସୂଚିତ କରେ । COVID-19 ମହାମାରୀ ସମୟରେ ଡିଜିଟାଲ୍ ଦେୟ ବିଶେଷ ସହାୟକ ହୋଇଥିଲା ।”

ଜୁଲାଇରୁ ଡିଜିଟାଲ୍ କାରବାର ସଂଖ୍ୟା ୨୦୧୬ ପରଠାରୁ ସର୍ବାଧିକ ଥିଲା । UPI ରିପୋର୍ଟ କରିଛି ଯେ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୬.୨୮ ବିଲିୟନ କାରବାର ୧୦.୬୨ ଟ୍ରିଲିୟନ ଟଙ୍କା ଅଟେ ।

ତେବେ କିଛିଦିନ ତଳେ UPI କାରବାର ଉପରେ ଦେୟ ଆଦାୟ କରାଯିବା ନେଇ ସରକାର ଯୋଜନା ପ୍ରସ୍ତୁତ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା । ଏଥିପାଇଁ ରିଜର୍ଭ ବ୍ୟାଙ୍କ ବିଭିନ୍ନ ପକ୍ଷ ଯେପରିକି ବ୍ୟାଙ୍କ, ଏନପିସିଆଇ, ପେମେଣ୍ଟ ବ୍ୟାଙ୍କ, ଗ୍ରାହକ ଇତ୍ୟାଦିଙ୍କୁ ମତାମତ ଦେବାକୁ ମଧ୍ୟ କହିଥିଲେ । ଗତ ୧୭ ତାରିଖରେ ଡିଜିଟାଲ ପେମେଣ୍ଟ ସିଷ୍ଟମ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ଆଲୋଚନା ପତ୍ରରେ ମତାମତ ଦେବାକୁ ଆହ୍ବାନ କରିଥିଲେ । ଆସନ୍ତା ଅକ୍ଟୋବର ୩ ସୁଦ୍ଧା ମତାମତ ରଖିବାକୁ କହିଥିଲା ରିଜର୍ଭ ବ୍ୟାଙ୍କ । ଏହା ଗ୍ରାହକମାନଙ୍କୁ ଏକପ୍ରକାର ଚିନ୍ତାରେ ପକାଇ ଦେଇଥିଲା । ମାତ୍ର କେନ୍ଦ୍ର ସରକାର UPI ନେଣଦେଣ ଉପରେ କୌଣସି ଦେୟ ଆଦାୟ ହେବ ନାହିଁ ବୋଲି ୨୧ ଅଗଷ୍ଟରେ ସ୍ପଷ୍ଟ କରିଛନ୍ତି । ଏଥିସହ ଏହି #DigitalPayment ଇକୋସିଷ୍ଟମ ଆର୍ଥିକ ସହାୟତା ପ୍ରଦାନ କରୁଥିବାରୁ ପ୍ରଶଂସା କରିଛନ୍ତି ।