ସିସିଟିଭି ତାର କାଟି ଏଟିଏମ୍ ଲୁଟ

ଢେଙ୍କାନାଳ,ଏନ୍ଏନ୍ଏସ୍: ଏଟିଏମ୍ ଭିତରେ ପଶି ସିସିଟିଭି ତାର କାଟି ଏଟିଏମ୍ ଲୁଟ ହୋଇଛି। ଏଭଳି ଘଟଣା ଢେଙ୍କାନାଳ ମୋଟଙ୍ଗା ଥାନା ଅଞ୍ଚଳରେ ଘଟିଛି। ସ୍ଥାନୀୟ ଅଞ୍ଚଳରେ ଥିବା ଏସବିଆଇ ଏଟିଏମରୁ ଗ୍ୟାସ୍ କଟରରେ ଏଟିଏମକୁ କାଟି ଲୁଟ୍ ହୋଇଛି। ଏଟିଏମରୁ ପାଖାପାଖି ୨୬ ଲକ୍ଷ ୫୬ ହଜାର ଟଙ୍କା ଲୁଟ ହୋଇଥିବା ନେଇ ମିଳିଛି ସୂଚନା।

ଏଟିଏମରେ କେହି ନଥିବାବେଳେ ଲୁଟେରା ଏଟିଏମକୁ ଆସି ପ୍ରଥମେ ସିସିଟିଭିର ତାର କାଟି ଦେଇଥିଲେ। ପରେ ଗ୍ୟାସ୍ କଟରରେ ଏଟିଏମ୍ କାଟି ସେଥିରୁ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଗତ ୧୫ ତାରିଖରେ ଏଟିଏମ ଲୁଟ୍ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସ୍ଥାନୀୟ ଅଞ୍ଚଳରେ ପୂର୍ବରୁ ଏଟିଏମ୍ ଲୁଟ୍ ହୋଇଛି। ତେବେ ଏହି ଲୁଟ୍ ଗ୍ୟାଙ୍ଗର ଖିଅ ଓ ଏମାନଙ୍କ ଶୈଳୀକୁ ଦେଖି ପୁଲିସ ଏହା ପଛର ମାଷ୍ଟରମାଇଣ୍ଡକୁ ଖୋଜୁଛି।