ସୁବାସ ପାଣିଗ୍ରାହୀ ଆତ୍ମହତ୍ୟା ଉଦ୍ୟମ ଘଟଣା : ବିଜେପିକୁ ପ୍ରଶ୍ନ କଲା ବିଜେଡି

ଭୁବନେଶ୍ୱର, ଏନ୍ଏନ୍ଏସ୍: ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ବିଜେଡି ବିଜେପିକୁ କାଉଣ୍ଟର କରିଛି। ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ବିଜେପି ତା’ର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ଦଳ କହିଛି । ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ବିଧାନସଭାର ଗାରିମା ନଷ୍ଟ କରୁଛି । ରାଜ୍ୟର ପବିତ୍ରତା ଓ ଗାରିମାକୁ ଭ୍ରୂଲୁଣ୍ଠିତ କରିଛନ୍ତି ସୁବାସ । ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କରି ଏକ ନମୁନା ସୃଷ୍ଟି କରିଛନ୍ତି । ଏହା ସାଧାରଣ ଲୋକଙ୍କୁ କି ବାର୍ତ୍ତା ଦେଲା ? ଜଣେ ଲୋକ ପ୍ରତିନିଧି ଏଭଳି ଆଚରଣ ପ୍ରଦର୍ଶନ କରିବା ଠିକ୍ କି ? ଆଗାମୀ ପିଢୀ ପାଇଁ ଭୁଲ୍ ବାର୍ତ୍ତା ଦେଇଛନ୍ତି ବିଧାୟକ । ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି।