ଟ୍ରଲର ମାଲିକଙ୍କୁ ଗୁଳିକରି ହତ୍ୟାକଲେ ଦୁର୍ବୃତ୍ତ

ବାଲେଶ୍ୱର, ଏନ୍ଏନ୍ଏସ୍: ବାଲେଶ୍ୱରରେ ଦୁଇଦିନ ଅନ୍ତରରେ ପୁଣି ଫୁଟିଛି ଗୁଳି। ଆଜି ଜଣେ ଟ୍ରଲର ମାଲିକଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଛନ୍ତି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନାଉପାଳଗଡିରେ ଟ୍ରଲର ମାଲିକଙ୍କୁ ଗୁଳିମାଡ଼ ହୋଇଛି। ସୂଚନା ଯୋଗ୍ୟ, ପାଞ୍ଚଜଣ ଦୁର୍ବୃତ୍ତ ବାଇକରେ ଆସି ଭବତାରିଣୀ ବୋଟ୍ ମାଲିକଙ୍କୁ ଭୁଜାଲିରେ ହାଣିବା ସହିତ ଗୁଳି ମାଡ଼ କରିଛନ୍ତି। ଦୁର୍ବୃତ୍ତମାନେ ୪ରୁ ୫ ରାଉଣ୍ଡ ଗୁଳି କରିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମେଡିକାଲ ଫାଣ୍ଡି ଆଗରେ ମୃତଦେହ ରଖି ପରିବାର ଲୋକେ ଧାରଣା ଦେଇଛନ୍ତି।