ଭୁବନେଶ୍ୱର, ଏନ୍ଏନ୍ଏସ୍: ଜନସାଧାରଣରେ ପ୍ରବଳ ବିରୋଧ ପରେ ବିଏମସି ପକ୍ଷରୁ ହୋଲ୍ଡିଂ ଟିକସ ବୃଦ୍ଧି ନିଷ୍ପତ୍ତି ସ୍ଥଗିତ ରଖାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ପ୍ରକାଶ ଯୋଗ୍ୟ ଯେ, ହୋଲ୍ଡିଂ ଟିକସ ନେଇ ହାଇକୋର୍ଟରେ ମାମଲା ଚାଲିଛି । ମାମଲା ନସରିବା ଯାଏଁ ବର୍ଦ୍ଧିତ ଟିକସ ଆଦାୟ ହୋଇପାରିବନି । ତେଣୁ ପୁରୁଣା ଦରରେ ହୋଲ୍ଡିଂ ଟିକସ ଆଦାୟ ହେବ ।