ମାଲକାନଗିରିରୁ ପୁଣି ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି କରୋନା। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲାରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଆକ୍ରାନ୍ତ ମାଲକାନଗିରି ପୌର ପରିଷଦର ହୋଇଥିବା ବେଳେ ୩ ଆକ୍ରାନ୍ତ ବାଲିମେଳା ଏନଏସିର, ଜଣେ କୋରୁକୋଣ୍ଡା ବ୍ଲକ, ୨ ଜଣ କାଲିମେଳା ବ୍ଲକ, ଜଣେ ଆକ୍ରାନ୍ତ ଖଇରପୁଟ ବ୍ଲକର ବୋଲି ଜଣାପଡିଛି।

ମାଲକାନଗିରି ପୌର ପରିଷଦ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିପରି ବାଲିମେଳା ଏନଏସିର ୩ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ହଟସ୍ପଟ ଜିଲ୍ଲାରୁ ଆସିଥିବା ବେଳେ ଅନ୍ୟଜଣେ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି। କୋରୁକୋଣ୍ଡା ବ୍ଲକର ଆକ୍ରାନ୍ତ ଜଣଙ୍କ ତାମିଲନାଡୁ ଫେରନ୍ତା ହୋଇଥିବାବେଳେ ସେ ହୋମ କ୍ୱାରେଣ୍ଟାଇନରେ ଥିଲେ। ଖଇରପୁଟ ବ୍ଲକର ଆକ୍ରାନ୍ତ ଜଣଙ୍କ ହଟସ୍ପଟ ଜିଲ୍ଲାରୁ ଫେରିଥିଲେ ଏବଂ କାଲିମେଳା ବ୍ଲକର ୨ ଆକ୍ରାନ୍ତ ଦିଲ୍ଲୀରୁ ଫେରି କ୍ୱାରେଣ୍ଟାଇନ କେନ୍ଦ୍ରରେ ଥିଲେ। ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୮୩ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଜିଲ୍ଲା ପ୍ରଶାସନ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।