ଆସାମର ୭ଟି ଜିଲ୍ଲାରେ ଜୁଲାଇ ୭ରୁ ସମ୍ପୂର୍ଣ୍ଣ ଲକଡାଉନ

ନୂଆଦିଲ୍ଲୀ: ଆସାମରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୭ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଲକଡାଉନ ଲଗାଇବାର ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ମୁତାବକ, ଗୋଲପାରା, ଗୋଲଘାଟ, ଜୋରହାଟ, ଲକ୍ଷ୍ମୀପୁର, ସୋନିତପୁର, ବିଶ୍ୱନାଥ ଓ ମୋରୀଗାଓଁରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି। ଉକ୍ତ ଜିଲ୍ଲାରେ ଜୁଲାଇ ୭ରୁ ଆଗାମୀ ଆଦେଶ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ।

ସୂଚନାଯୋଗ୍ୟ, ଆସାମରେ ଗତ ୨୪ ଘଣ୍ଟାରେ ୨,୬୪୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୧୯ହଜାର ୮୩୪ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୪,୬୮୩କୁ ବୃଦ୍ଧି ପାଇଛି।