ରଥଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକକୁ ସଠିକ ଦର୍ଶାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ବ୍ୟତୀତ କେନ୍ଦ୍ରପଡ଼ା, ନୀଳଗିରି, ଭଟଲି ଓ ବାରିପଦାରେ ରଥଯାତ୍ରାର ଅନୁମତି ପାଇଁ ଦାୟର ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖଣ୍ଡନ କରିଛନ୍ତି। ମାମଲା ଖାରଜ ଅବସରରେ ଜଷ୍ଟିସ ରମନ୍ନା କହିଛନ୍ତି ଯେ, ଏମିତି କରିବାକୁ ମୋତେ ଭଲ ଲାଗୁନି, କିନ୍ତୁ ଆମେ ନାଚାର। ମୁଁ ବି ପୁରୀ ଯିବାକୁ ଚାହୁଁଛି। ଆସନ୍ତା ବର୍ଷ ଭଗବାନ ରଥଯାତ୍ରା କରିବାକୁ ଅନୁମତି ଦେବେ ବୋଲି ଆଶା କରୁଛୁ।

ସୂଚନାଯୋଗ୍ୟ, ଓଡ଼ିଶା ସରକାର କେବଳ ପୁରୀରେ ରଥଯାତ୍ରା ପାଳନ କରିବାକୁ ଅନୁମତି ଦେଇଥିଲେ। ଏହାକୁ ବିରୋଧ କରି ଆବେଦନକାରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଉ ସୁପ୍ରିମକୋର୍ଟ କଟକଣା ସହିତ କେବଳ ପୁରୀରେ ରଥଯାତ୍ରା କରିବାର ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସଠିକ୍ ଦର୍ଶାଇଛନ୍ତି।