ଏସିଆ କପ୍‌: ଅଗଷ୍ଟ ୨୮ରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ ଏସିଆ କପର ସମ୍ପୂର୍ଣ୍ଣ ସୂଚୀ ସାମ୍ନାକୁ ଆସିଛି । ଏହି ଟୁର୍ଣ୍ଣାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଜାରି ରହିବ । ଏଥିରେ ଭାରତ-ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖାଯାଇଛି । ଅଗଷ୍ଟ ୨୮ ସଂଧ୍ୟା ୬ଟାରେ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ ।

ସୂଚନାଯୋଗ୍ୟ, ଦୁବାଇରେ ଆୟୋଜିତ ହେଉଥିବା ଏସିଆ କପରେ ଭାରତ ଅଗଷ୍ଟ ୨୮ରେ ପାକିସ୍ତାନ ବିରୋଧରେ ଅଭିଯାନ ଆରମ୍ଭ କରିବ । ପରେ ଅଗଷ୍ଟ ୩୧ରେ ଭାରତ ଦ୍ୱିତୀୟ ମ୍ୟାଚ୍ ଖେଳିବ । ପରେ ସେପ୍ଟେମ୍ବର ୩ରୁ ସୁପର-୪ ରାଉଣ୍ଡରେ ୬ଟି ମ୍ୟାଚ୍ ଖେଳାଯିବ । ଏଥିରେ ଶୀର୍ଷରେ ଥିବା ୨ଟି ଟିମ୍ ସେପ୍ଟେମ୍ବର ୧୧ରେ ଫାଇନାଲ ମ୍ୟାଚ୍ ଖେଳିବେ ।